ବାଘ ଗର୍ଜନରେ କମ୍ପି ଉଠିଲା ଅଭୟାରଣ୍ୟ

ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :

କମ୍ପି ଉଠିଲା ଅଭୟାରଣ୍ୟ । ମଧ୍ୟପ୍ରଦେଶ ଅନ୍ତର୍ଗତ ସିବନୀ ଜିଲାର ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇଟି ବାଘଙ୍କ ଲଢେଇର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ମଙ୍ଗଳବାର ଦିନ ଏହି ଭିଡିଓଟି ଭାଇରାଲ ହୋଇଛି।

ପ୍ରଥମ ଥର ଜଙ୍ଗଲ ସଫାରୀ ସମୟରେ ପର୍ଯ୍ୟଟକମାନେ ଖୁବ ନିକଟରୁ ଦୁଇ ବାଘଙ୍କ ଗର୍ଜନ ଶୁଣିବା ସହ ଭୟଙ୍କର ଲଢେଇ ଦେଖିବାକୁ ପାଇଥିଲେ। ଏହାକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ଲଢେଇ ସମୟରେ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟ ବାଘଙ୍କ ଗର୍ଜନରେ କମ୍ପି ଉଠିଥିଲା।

ବାଘ ଏତେ ନିକଟରେ ଲଢେଇ କରୁଥିବା ଦେଖି ପର୍ଯ୍ୟଟକ ମଧ୍ୟ ଭୟଭୀତ ହୋଇଯାଇଥିଲେ। ବାଘ ଲଢେଇର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଲୋକେ ଏହକୁ ଖୁବ ପସନ୍ଦ କରୁଛନ୍ତି। ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟକୁ ଦେଶ-ବିଦେଶରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି। ଏଠାରେ ସେମାନଙ୍କୁ ସହଜରେ ବାଘ ଦେଖିବାର ସୁଯୋଗ ମିଳିଥାଏ।