ବାଂଲାଦେଶ, ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କଲା
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ ଆକ୍ରମଣ ହେଉଛି । ବଙ୍ଗଳାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି, ମନ୍ଦିର ଭଙ୍ଗାଯାଉଛି ଏବଂ ଭାରତୀୟ ଉଚ୍ଚାୟୋଗ (High Commission) ସୁରକ୍ଷିତ ନୁହେଁ। କିନ୍ତୁ ନିଜର ବିଫଳତା ଲୁଚାଇବା ପାଇଁ ବଙ୍ଗଳାଦେଶ ସରକାର ‘ଭେଣ୍ଡେଟା ପଲିଟିକ୍ସ’ କରୁଛନ୍ତି ଏବଂ ଭାରତୀୟ ହାଇକମିଶନରଙ୍କୁ ତଲବ କରି ଏକ ମିଥ୍ୟା ନ୍ୟାରେଟିଭ୍ ତିଆରି କରୁଛନ୍ତି।ବଙ୍ଗଳାଦେଶରେ ଇସଲାମିକ କଠୋରପନ୍ଥୀମାନେ ଖୋଲାଖୋଲି ଭାବେ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଭାରତ ଏହାର ବିରୋଧ କଲେ, ବଙ୍ଗଳାଦେଶ ଏହାକୁ ନିଜର ‘ଆଭ୍ୟନ୍ତରୀଣ ବ୍ୟାପାର’ କହି ଏଡାଇ ଯାଉଛି।
ମଙ୍ଗଳବାର ସକାଳ ୧୦ଟା ପୂର୍ବରୁ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇଥିଲା। ଏହି ଅବସରରେ ଭାରତର ଡେପୁଟି ହାଇକମିସନର ମଧ୍ୟ ଉପସ୍ଥିତ ଥିଲେ। ବାଂଲାଦେଶ ବୈଦେଶିକ ସଚିବ ଅସଦ ଅଲ-ସିଆମ ହାଇକମିସନରଙ୍କୁ ଡକାଯାଇଥିଲା।
ବୈଦେଶିକ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତର ବିଭିନ୍ନ ସ୍ଥାନରେ ବାଂଲାଦେଶ ମିସନକୁ ନେଇ ବଢ଼ୁଥିବା ସୁରକ୍ଷା ଚିନ୍ତା ଯୋଗୁଁ ବର୍ମାଙ୍କୁ ଡକାଯାଇଥିଲା। ଭାରତରେ ସମସ୍ତ ବାଂଲାଦେଶ ମିସନର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା। ସେପଟେ ବାଂଲାଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ବିଶେଷକରି ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ୁଛି।