ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ୨୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ଚାଇନା ର ଷ୍ଟକ ବଜାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯୁବପିଢ଼ିଙ୍କ ମଧ୍ୟରେ ବେକାରି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପରିସ୍ଥିତିକୁ ଲୁଚାଇବା ପାଇଁ ଚୀନ ସରକାର ଉଦ୍ୟମ କରୁଛନ୍ତି ।ଏଭରଗ୍ରାଣ୍ଡ ବିକ୍ରି ଯୋଗୁଁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ ବଡ଼ ଝଟକା ଲାଗିଛି। ଗତ ତିନି ବର୍ଷ ମଧ୍ୟରେ ୫୦ରୁ ଅଧିକ ଚାଇନିଜ୍ ରିଅଲ୍ ଇଷ୍ଟେଟ୍ ଡେଭଲପର୍ ଋଣ ପରିଶୋଧ ରେ ଅବହେଳା କରିଛନ୍ତି। ସୋମବାର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭରଗ୍ରାଣ୍ଡର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି। ଏହାପରେ ଷ୍ଟକ ଏକ୍ସଚେଞ୍ଜରେ ସେୟାର କାରବାର ବନ୍ଦ ହୋଇଯାଇଥିଲା ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post