ରାଷ୍ଟ୍ରପତି ଭୋଲୋଦିମୀର ଜେଲେନକ୍ସିଙ୍କ ନିମନ୍ତ୍ରଣରେ ୟୁକ୍ରେନ ଯିବାକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ‘ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ୟୁକ୍ରେନର ନେତାଙ୍କ ସହ ମୁଁ ଆଲୋଚନା କରିବି।’ ସେ ମସ୍କୋ ଯାତ୍ରାର ଛଅ ସପ୍ତାହ ପରେ ୟୁକ୍ରେନ ଗସ୍ତ କରୁଛନ୍ତି, ତେଣୁ ଏହାକୁ ନେଇ ଆମେରିକା ଏବଂ ତାର କିଛି ପଶ୍ଚିମ ସହଯୋଗୀମାନେ ଆଲୋଚନା କରିଛନ୍ତି। ୧୯୯୧ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ, ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ୟୁକ୍ରେନକୁ ପ୍ରଥମ ଗସ୍ତ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଏବଂ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ କଥାବାର୍ତ୍ତା ହେବାକୁ ଅପେକ୍ଷା କରିଛି। ସେ କହିଛନ୍ତି, ‘ଏକ ବନ୍ଧୁ ଏବଂ ଏକ ସାଥି ହିସାବରେ, ଆମେ ଏହି ମାମଲାରେ ଶୀଘ୍ର ଶାନ୍ତି ଏବଂ ସ୍ଥିରତାକୁ ଫେରାଇ ଆଣିବାକୁ ଆଶା ରଖିଛୁ।’ ପ୍ରଧାନମନ୍ତ୍ରୀ ମୋଦୀ କଡା ସୁରକ୍ଷା ମଧ୍ୟରେ ଟ୍ରେନରେ ୟୁକ୍ରେନର ରାଜଧାନୀ କିଭକୁ ଯାତ୍ରା କରୁଛନ୍ତି, ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିବ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post