ରାଷ୍ଟ୍ରପତି ଭୋଲୋଦିମୀର ଜେଲେନକ୍ସିଙ୍କ ନିମନ୍ତ୍ରଣରେ ୟୁକ୍ରେନ ଯିବାକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ‘ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ୟୁକ୍ରେନର ନେତାଙ୍କ ସହ ମୁଁ ଆଲୋଚନା କରିବି।’ ସେ ମସ୍କୋ ଯାତ୍ରାର ଛଅ ସପ୍ତାହ ପରେ ୟୁକ୍ରେନ ଗସ୍ତ କରୁଛନ୍ତି, ତେଣୁ ଏହାକୁ ନେଇ ଆମେରିକା ଏବଂ ତାର କିଛି ପଶ୍ଚିମ ସହଯୋଗୀମାନେ ଆଲୋଚନା କରିଛନ୍ତି। ୧୯୯୧ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ, ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ୟୁକ୍ରେନକୁ ପ୍ରଥମ ଗସ୍ତ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଏବଂ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ କଥାବାର୍ତ୍ତା ହେବାକୁ ଅପେକ୍ଷା କରିଛି। ସେ କହିଛନ୍ତି, ‘ଏକ ବନ୍ଧୁ ଏବଂ ଏକ ସାଥି ହିସାବରେ, ଆମେ ଏହି ମାମଲାରେ ଶୀଘ୍ର ଶାନ୍ତି ଏବଂ ସ୍ଥିରତାକୁ ଫେରାଇ ଆଣିବାକୁ ଆଶା ରଖିଛୁ।’ ପ୍ରଧାନମନ୍ତ୍ରୀ ମୋଦୀ କଡା ସୁରକ୍ଷା ମଧ୍ୟରେ ଟ୍ରେନରେ ୟୁକ୍ରେନର ରାଜଧାନୀ କିଭକୁ ଯାତ୍ରା କରୁଛନ୍ତି, ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିବ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post