ପୁଣି ଟ୍ରମ୍ପଙ୍କୁ ଗୁଳିମାଡ଼

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ହତ୍ୟା ଉଦ୍ୟମ ହୋଇଛି। ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ତେବେ ଟ୍ରମ୍ପଙ୍କ ଦେହରେ ଗୁଳି ବାଜି ନାହିଁ। ସେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ଏକେ-୪୭ ରାଇଫଲ୍‌ ଜବତ କରାଯାଇଛି। ଏଫ୍‌ବିଆଇ ତଦନ୍ତ ଆରମ୍ଭ କରୁଛି।ଅନ୍ୟପକ୍ଷରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ସେ କହିଛନ୍ତି, ହିଂସାକୁ କେବେ ବି ବରଦାସ୍ତ କରାଯିବ ନାହିଁ। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ