ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ ଅର୍ଥବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି । ପୁରା ଦିନ ମୋବାଇଲ ଫୋନ୍ ସେବା ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ଫଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ କେହି ବି ନିର୍ବାଚନ ବିଷୟରେ କିଛି ବି ଖବର ପାଇପାରିଲେ ନାହିଁ । ଏହା ସତ୍ତ୍ୱେ ଲୋକମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଲେ । କିନ୍ତୁ ନୱାଜ ସରିଫଙ୍କ ଦଳକୁ ଛାଡି ସବୁ ଦଳ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାରି ମଧ୍ୟରେ ଆମେରିକା ପାକିସ୍ତାନ ଉପରେ ବଡ ଅଭିଯୋଗ ଲାଗାଇଛି । ଆମେରିକା କହିଛି ପାକିସ୍ତାନରେ ନିର୍ବାଚନ ନିଃଷ୍ପକ୍ଷ ନୁହେଁ । ଏଠାରେ ନିର୍ବାଚନ ସମୟରେ ମୋବାଇଲ ଓ ଇଣ୍ଟନେଟ୍ ସେବା ବନ୍ଦ କରାଯିବା ଓ ହିଂସାକାଣ୍ଡ ଘଟିବାକୁ ନେଇ ଆମେରିକା ଘୋର ନିନ୍ଦା କରିଛି ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି