ନ୍ୟୁୟର୍କ ମେଟ୍ରୋ ଷ୍ଟେସନ୍‌ରେ ଆତତାୟୀଙ୍କ ଗୁଳିମାଡ; ୧୬ ଆହତ, ଟ୍ରେନ୍ ସେବା ସ୍ଥଗିତ

Ukrainian servicemen ride on a fighting vehicle outside Kyiv, Ukraine, Saturday, April 2, 2022. As Russian forces pull back from Ukraine's capital region, retreating troops are creating a "catastrophic" situation for civilians by leaving mines around homes, abandoned equipment and "even the bodies of those killed," President Volodymyr Zelenskyy warned Saturday. (AP Photo/Vadim Ghirda)

ମେଟ୍ରୋ ଓଡିଶା (୧୨.୪.୨୦୨୨ )

 ଆମେରିକୀୟ ସହର ‘ନ୍ୟୁୟର୍କ’ରେ ମଙ୍ଗଳବାର ସକାଳୁ ଅନେକ ଲୋକଙ୍କ ଶରୀରରେ ଗୁଳି ବାଜିଛି । ନ୍ୟୁୟର୍କ ସହରର ବ୍ରୁକ୍‌ଲିନ୍ ସବ୍‌ୱେ ଷ୍ଟେସନରେ ଏହି ଅଘଟଣ ଘଟିଛି । ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଗୁଳିମାଡ଼ରେ ୧୬ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଅଗ୍ନିଶମ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଘଟଣାସ୍ଥଲରେ ଅନେକ ଲୋକଙ୍କର ଶରୀରରେ ଗୁଳିମାଡ଼ କରାଯାଇଛି । 

ପୋଲିସ କହିବା ଅନୁସାରେ ଘଟଣା ପରେ ଷ୍ଟେସନରେ ଧୂଆମୟ ଦେଖାଯାଇଥିଲା । ଆତତାୟୀ ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଖସିଯାଇଛି । ଅନ୍ୟପଟରେ କୁହାଯାଉଛି ଏହି ଗୁଳିମାଡ଼ ଘଟଣାରେ କେତେ ଜଣ ଲୋକ ସଂପୃକ୍ତ ଅଛନ୍ତି, ତାହା ମଧ୍ୟ ଜଣାପଡ଼ି ନାହିଁ । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରାଥମିକ ତଦନ୍ତ ପରେ କୁହାଯାଉଛି ଯେ, ଗୁଳିମାଡ଼ କରିଥିବା ବ୍ୟକ୍ତି ମେଟ୍ରୋ ଷ୍ଟେସନରେ କଷ୍ଟ୍ରକଶନ କର୍ମୀ ଭଳି କପଡ଼ା ପିନ୍ଧି ପ୍ରବେଶ କରିଥିଲେ । ସେମାନେ ଗ୍ୟାସ ମାସ୍କ ପିନ୍ଧିଥିଲେ । ଷ୍ଟେସନରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ହୋଇଛି । କିନ୍ତୁ ଅଭିଯୁକ୍ତ ଧରାପଡ଼ିନାହିଁ । 

ତେବେ ଗୁଳିମାଡ଼ର ଶିକାର ହୋଇଥିବା ସମସ୍ତ ୧୬ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ତରଫରୁ ସୁରକ୍ଷା ବଢ଼ାଇ ଦିଆଯାଇଛି । ନ୍ୟୁୟର୍କ ସହରରେ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି । ଆମେରିକୀୟ ସମୟ ଅନୁସାରେ ସକାଳ ସାଢ଼େ ୮ଟାରେ ଗୁଳିମାଡ଼ ହୋଇଥିଲା ।