ନେତାନ୍ୟାହୁ ହମାସ ଆତଙ୍କବାଦୀଙ୍କୁ ଦେଲେ ଚେତାବନୀ
ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପ୍ରତିଶୋଧ ନେଉଛି ଇସ୍ରାଏଲ । ବିଶେଷ କରି ହମାସ ଆତଙ୍କବାଦୀମାନେ ଘରେ ପଶି ମହିଳା, ଶିଶୁ ବୃଦ୍ଧ କାହାକୁ ଛାଡୁନାହାଁନ୍ତି । ଇସ୍ରାଏଲ ର ମହିଳା ଏବଂ ସୈନ୍ୟଙ୍କୁ ଅପହରଣ କରି ନେଇଯାଇଛନ୍ତି ହମାସ ଆତଙ୍କବାଦୀ । ୩ ଦିନ ମଧ୍ୟରେ ଯୁଦ୍ଧ ହେତୁ ପ୍ରାୟ ପନ୍ଦର ଶହ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୨୬୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲରେ କେବଳ ୯୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮୦୦ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ଇସ୍ରାଏଲରେ ଏବେ ଅନେକ ବିଦେଶ ନାଗରିକ ଫସି ରହିଛନ୍ତି। କିଛି ରାଷ୍ଟ୍ରର ନାଗରିକଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହୋଇଯାଇଛି। ୯ ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକା ସରକାର ଆଜି ସ୍ପଷ୍ଟ କରିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ ଉକ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ଇସ୍ରାଏଲରେ ବ୍ରିଟେନର ୧୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ବ୍ରିଟେନରେ ଏକ ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ସେହଭଳି ଥାଇଲାଣ୍ଡର ୧୨ ନାଗରିକଙ୍କ ଇସ୍ରାଏଲରେ ମୃତ୍ୟୁ ହୋଇଥିବାବେଳେ ୧୧ ଜଣଙ୍କୁ ଅପହରଣ କରାଯାଇଛି। ଅନ୍ୟ ୮ ଜଣ ଥାଇଲାଣ୍ଡ ନାଗରିକ ଆକ୍ରମଣରେ ଆହତ ହୋଇଛନ୍ତି।ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହାମାସକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଇସ୍ରାଏଲ୍ ଏହି ଯୁଦ୍ଧ ଆରମ୍ଭ କରି ନାହିଁ କିନ୍ତୁ ଆମେ ଏହାକୁ ଶେଷ କରିବୁ। ସୂଚନା ଥାଉ କି ଯେ ହାମାସ ଯୁଦ୍ଧ ଆରମ୍ଭ କରିବା ପରେ ଇସ୍ରାଏଲ୍ ୩୦୦,୦୦ ସୈନିକଙ୍କୁ ମଇଦାନକୁ ଓହ୍ଲାଇଛି | ସୈନିକଙ୍କୁ ଏକତ୍ର କରି ପ୍ରତିଶୋଧ ନେଇଥିଲା| ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, “ଇସ୍ରାଏଲ ଏବେ ଯୁଦ୍ଧ କରୁଛି | ଆମେ ଏହି ଯୁଦ୍ଧ ଚାହୁଁନାହୁଁ। ଏହା ଅତି ନିଷ୍ଠୁର ଭାବରେ ଆରମ୍ଭ ହୋଇଥିଲା। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ, କିନ୍ତୁ ଇସ୍ରାଏଲ ଏହାକୁ ଶେଷ କରିବ। ହମାସ ଆତଙ୍କବାଦୀ ଇସ୍ରାଏଲ ଭିତରେ ରହି ଆକ୍ରମଣ ଚଳାଇଥିବା ବେଳେ ଇସ୍ରାଏଲ ଘୋଷଣା କରିଛି େଯ ଗାଜାରୁ ହମାସକୁ ମୂଳପୋଛ କରବିା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଗାଜାକୁ ଇସ୍ରାଏଲୀ ସେନା ଘେରି ରହିବା ସହିତ ଖାଦ୍ୟ, ପାଣି, ବିଜୁଳି ଓ ଗ୍ୟାସ୍ ଯୋଗାଣ ବନ୍ଦ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଏହି ଅଞ୍ଚଳର ମାନଚିତ୍ର ବଦଳାଇଦେବ।