ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ ।

ନୂଆବର୍ଷ ପାଇଁ ନ୍ୟୁଜିଲାଣ୍ଡ ହୋଇଛି ଉତ୍ସବ ମୁଖର । ୨୦୨୨କୁ ବିଦାୟ ଦେଇ ୨୦୨୩ ପାଦଦେଇସାରିଛି ନ୍ୟୁଜିଲାଣ୍ଡରେ । ସେଠାରେ ଜନସାଧାରଣ ନୂଆବର୍ଷକୁ  ସ୍ୱାଗତ କରିଛନ୍ତି । ଭାରତରେ ନୂଆବର୍ଷ ଉତ୍ସବ ଆରମ୍ଭ ହେବାକୁ ଯଦିଓ କିଛି ଘଣ୍ଟା ବାକି ଅଛି କିନ୍ତୁ ଅନେକ ଦେଶରେ ଏବେ ନୂଆ ବର୍ଷ ପାଳନ ଆରମ୍ଭ ହୋଇଯାଇଛି । ନୂଆବର୍ଷକୁ ଦେଶବାସୀ ସ୍ୱାଗତ କରି ଉତ୍ସବ ପାଳନରେ ବ୍ୟସ୍ତ ଅଛନ୍ତି  । ନ୍ୟୁଜିଲାଣ୍ଡରେ ଏବେ ନୂଆବର୍ଷକୁ ସ୍ୱାଗତ କରାଯାଇ ନାଚଗୀତ ଆରମ୍ଭ ହୋଇଯାଇଛି ।