ଇସ୍ରାଏଲ ପାଲେଷ୍ଟାଇନ ୱାରକୁ ୧୩ ଦିନ ବିତିବାକୁ ବସିଥିଲେ ବି ଲଢ଼େଇ ଥମିନି। ଏବେ ବି ଉଭୟ ଦେଶ ପରସ୍ପର ଉପରକୁ ମିଶାଇଲ ମାଡ଼ କରିବାକୁ ପଛାଉ ନାହାନ୍ତି। ସେପଟେ ଦୁଇ ଦିନ ତଳେ ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଏବେ ବି ଧ୍ବଂସ ସ୍ତୂପ ତଳୁ ଜୀବନ ଖୋଜା ଜାରି ରହିଛି। ଏହି ଆକ୍ରମଣରେ ଇସ୍ରାଏଲର ହାତ ନଥିବା ନେଇ ଇସ୍ରାଏଲି ସେନାର ପ୍ରମାଣ ସହ ଉତ୍ତର ସାମ୍ନାକୁ ଆସିବା ପରେ ଏହାକୁ ସମର୍ଥନ ଜଣାଇଛି ଆମେରିକା। ବୁଧବାର ଇସ୍ରାଏଲ ଗସ୍ତରେ ଆସି ହସ୍ପିଟାଲ ଆକ୍ରମଣକୁ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହି ଏକ ପ୍ରକାର କ୍ଲିନଚିଟ୍ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।ସେପଟେ ଗାଜା କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ହସ୍ପିଟାଲ ପରିସରରୁ ଏ ପର୍ଯ୍ୟନ୍ତ ମୋଟ ୪୭୧ ଶବ ଉଦ୍ଧାର ହୋଇଛି। ଅନେକ ଶବ ଏବେ ବି ଧ୍ବଂସସ୍ତୂପ ତଳେ ରହିଥିବା କୁହାଯାଉଛି । ୩୦୦ରୁ ଅଧିକ ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୫୫୦ ଟପିବା ନେଇ ଆଶଙ୍କା କରିଛନ୍ତି ଗାଜା କର୍ତ୍ତୃପକ୍ଷ। ସେପଟେ ଏହି ଆକ୍ରମଣରେ ଗୁରୁତରଙ୍କ ଚିକିତ୍ସା କରିବା ପାଇଁ ଗାଜା ପାଖରେ ଆବଶ୍ୟକୀୟ ମେଡିକାଲ ଉପକରଣ ସହ ସ୍ବାସ୍ଥ୍ୟ କର୍ମୀଙ୍କ ଅଭାବ ପୂରଣ କରିବାକୁ ଇଜିପ୍ଟରୁ ସହାୟତା ଆସୁଛି। ଏନେଇ ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post