ଇସ୍ରାଏଲ ପାଲେଷ୍ଟାଇନ ୱାରକୁ ୧୩ ଦିନ ବିତିବାକୁ ବସିଥିଲେ ବି ଲଢ଼େଇ ଥମିନି। ଏବେ ବି ଉଭୟ ଦେଶ ପରସ୍ପର ଉପରକୁ ମିଶାଇଲ ମାଡ଼ କରିବାକୁ ପଛାଉ ନାହାନ୍ତି। ସେପଟେ ଦୁଇ ଦିନ ତଳେ ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଏବେ ବି ଧ୍ବଂସ ସ୍ତୂପ ତଳୁ ଜୀବନ ଖୋଜା ଜାରି ରହିଛି। ଏହି ଆକ୍ରମଣରେ ଇସ୍ରାଏଲର ହାତ ନଥିବା ନେଇ ଇସ୍ରାଏଲି ସେନାର ପ୍ରମାଣ ସହ ଉତ୍ତର ସାମ୍ନାକୁ ଆସିବା ପରେ ଏହାକୁ ସମର୍ଥନ ଜଣାଇଛି ଆମେରିକା। ବୁଧବାର ଇସ୍ରାଏଲ ଗସ୍ତରେ ଆସି ହସ୍ପିଟାଲ ଆକ୍ରମଣକୁ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହି ଏକ ପ୍ରକାର କ୍ଲିନଚିଟ୍ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।ସେପଟେ ଗାଜା କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ହସ୍ପିଟାଲ ପରିସରରୁ ଏ ପର୍ଯ୍ୟନ୍ତ ମୋଟ ୪୭୧ ଶବ ଉଦ୍ଧାର ହୋଇଛି। ଅନେକ ଶବ ଏବେ ବି ଧ୍ବଂସସ୍ତୂପ ତଳେ ରହିଥିବା କୁହାଯାଉଛି । ୩୦୦ରୁ ଅଧିକ ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୫୫୦ ଟପିବା ନେଇ ଆଶଙ୍କା କରିଛନ୍ତି ଗାଜା କର୍ତ୍ତୃପକ୍ଷ। ସେପଟେ ଏହି ଆକ୍ରମଣରେ ଗୁରୁତରଙ୍କ ଚିକିତ୍ସା କରିବା ପାଇଁ ଗାଜା ପାଖରେ ଆବଶ୍ୟକୀୟ ମେଡିକାଲ ଉପକରଣ ସହ ସ୍ବାସ୍ଥ୍ୟ କର୍ମୀଙ୍କ ଅଭାବ ପୂରଣ କରିବାକୁ ଇଜିପ୍ଟରୁ ସହାୟତା ଆସୁଛି। ଏନେଇ ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post