ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ଓ ତାଙ୍କ ଡେମୋକ୍ରାଟିକ୍ ଚ୍ୟାଲେଞ୍ଜର ଜୋ ବାଇଡେନ୍ ପୁଣି ଥରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।ସାଉଥ୍ କ୍ୟାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘକୁ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ରାଷ୍ଟ୍ରଦୂତ ଥିବା ନିକ୍କି ହାଲି ଚାର୍ଲେଷ୍ଟନ୍ ସୁପର ଟିଉଜ୍ଡେ’ରେ ପରାଜୟର ଦିନକ ପରେ ଏହି ଘୋଷଣା କରିଛନ୍ତି। ଚାର୍ଲେଷ୍ଟନ୍ରେ ୧୫ ରିପବ୍ଲିକାନ୍ଙ୍କ ମଧ୍ୟରୁ ୧୪ ଜଣ ଟ୍ରମ୍ପ୍ଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ଭୋଟ ଦେଇଥିଲେ। ୨୦୨୪ ପ୍ରାଇମେରି କ୍ୟାଲେଣ୍ଡରରେ ଏହା ଥଲା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଏକ-ତୃତୀୟାଂଶରୁ ଅଧିକ ରିପବ୍ଲିକାନ୍ ଡେଲିଗେଟ୍ ଉପସ୍ଥିତ ଥିଲେ।ଏନେଇ ହାଲି କହିଛନ୍ତି, ବର୍ତ୍ତମାନ ନିଜ କ୍ୟାମ୍ପେନ୍ ବନ୍ଦ କରିବା ସମୟ ଆସିଛି। ଏଥିପାଇଁ ସେ ଅନୁତପ୍ତ ନୁହନ୍ତି। ଟ୍ରମ୍ପ୍ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଛି। କିନ୍ତୁ ସେ ଟ୍ରମ୍ପ୍ଙ୍କୁ ସମର୍ଥନ କରିବା ବିଷୟ ଘୋଷଣା କରିନାହାନ୍ତି। ହାଲି କହିଛନ୍ତି, ଦଳ ଭିତରୁ ଓ ବାହାରୁ ସମର୍ଥନ ଯୋଗାଡ଼କରିବା ଏବେ ଟ୍ରମ୍ପ୍ଙ୍କ କାମ। ଏଥିରେ ସେ ସଫଳ ମଧ୍ୟ ହୋଇପାରନ୍ତି। ତେବେ ଆମେରିକାର ବୈଶ୍ୱିକ ନେତୃତ୍ୱ ବଜାୟ ରଖିବା ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୫୨ ବର୍ଷୀୟା ହାଲି ନିଜ ପ୍ରଚାର ଅଭିଯାନ ବେଳେ ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ୍ର ଆମତ୍ରକ୍ଷା କ୍ଷେତ୍ରରେ ଆମେରିକାର ସହାୟତା ପ୍ରସଙ୍ଗ ଉଠାଇଥିଲେ। ଦୌଡ଼ରୁ ହାଲି ଓହରିବା ପରେ ତାଙ୍କ ପୂର୍ବତନ ବସ୍ ୭୭ ବର୍ଷୀୟ ଟ୍ରମ୍ପ୍ ଓ ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ପୁନର୍ବାର ହ୍ବାଇଟ୍ ହାଉସ୍ ଦୌଡ଼ରେ ସାମ୍ନାସାମ୍ନି ହୋଇଛନ୍ତି। ସର୍ବେକ୍ଷଣ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିମ୍ନ ଅନୁମୋଦନ ରେଟିଂକୁ ଦର୍ଶାଉଛନ୍ତି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post