ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର

ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର

ମେଟ୍ରୋ ଟିଭି ଓଡିଶା,୧୩/୧: ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି ।

ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ ଏଜେନ୍ସିମାନେ ତାକୁ ଅଟକ ରଖିଥିଲେ । ତାକୁ ଆଣିବାକୁ ମୁମ୍ବାଇ ପୁଲିସ ଓ ଭାରତୀୟ ଏଜେନ୍ସିମାନେ ଆମେରିକା ସହ ଯୋଗାଯୋଗରେ ଥିଲେ । କିନ୍ତୁ ତାକୁ ଭାରତ ଆଣିବା ପୂର୍ବରୁ ସେ ଖସିଯାଇଛି । ନିଶା କାରବାର, ବେଆଇନ ବଟି ଆଦାୟ, ଅସ୍ତ୍ର କାରବାର ମାମଲାରେ ତାଙ୍କୁ ମୁମ୍ବାଇ ପୁଲିସ ତାକୁ ଖୋଜୁଥିଲା । କିନ୍ତୁ ଏବେ ସେ ପାକିସ୍ତାନ ଖସିଯିବା ପରେ ତାକୁ ଧରିବା କଷ୍ଟକର ହୋଇପଡ଼ିବ । ସୋହେଲ କସକର ଦାଉଦ ଇବ୍ରାହିମର ସାନ ଭାଇ ନୁରାର ପୁଅ । ସେ ୧୯୮୯ରୁ ହିଁ ଭାରତ ବାହାରେ ରହୁଛି ।