ଦକ୍ଷିଣ ଆଫ୍ରିକାରେ ବରଫ ଝଡ!
ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଜୋହାନ୍ସବର୍ଗରେ ସୋମବାର ଦିନ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଝଡ ଦେଖିବା ପାଇଁ ମିଳିଥିଲା । ଏବଂ ଏତେ ବର୍ଷର ବ୍ୟବଧାନ ପରେ ବରଫ ଝଡ ଦେଖି ଆଫ୍ରିକାର ଲୋକମାନେ ଉତ୍ସାହିତ ହୋଇପଡିଥିଲେ ।ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶେଷଥର ବରଫ ଝଡ ୨୦୧୨ ମସିହାରେ ଦେଖିବା ପାଇଁ ମିଳିଥିଲା । ଏବେ ପୁଣି ବରଫ ଝଡ ହେବା ପରେ ସେଠି ରହିଥିବା ବାସିନ୍ଦାମାନେ ହାତରେ ବରଫ ଧରି ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ନିଜର ଆନନ୍ଦ ପ୍ରକାଶ କରିଛନ୍ତି ।ବରଫ ଝଡ ଏବଂ ଶିତଳ ପବନ ଡ୍ରାକେନ୍ସବର୍ଗର ପାର୍ବତ୍ୟ ଅଂଚଳ , ପୂର୍ବ କେପ୍ ଏବଂ ପଡୋଶୀ ଲେସୋଥୋ ସମେତ ଅନ୍ୟ ଅଂଚଳରେ ମଧ୍ୟ ଦେଖିବା ପାଇଁ ମିଳିଛି ।ଉତ୍ସାହ ମଧ୍ୟରେ ପାଣି ପାଗ ବିଭାଗ ଚେତାବନୀ ଦେଇଛନ୍ତି ଯେ, ଯୋଦି ସର୍ତକତା ଅବଲମ୍ବନ କରା ନଯାଏ ତେବେ ହାଇପୋଥର୍ମିଆ ସମେତ ବରଫ ଝଡ ବିପଦ ସୃଷ୍ଟି କରିପାରେ ।