ଥରିଲା ପେରୁ , ଭୂକମ୍ପର ତୀବ୍ରତା ୭.୨ ରେକର୍ଡ
ଦକ୍ଷିଣ ପେରୁରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୮ କିଲୋମିଟର ଗଭୀର ସହ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ସ୍ଥାନରେ ଝଟକା ସମୟରେ ସିସିଟିଭି ଦୃଶ୍ୟ ମଧ୍ୟ କଏଦ ହୋଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।ସୁନାମୀ ଚେତାବନୀ କେନ୍ଦ୍ର (ପିଡବ୍ଲ୍ୟୁଟିସି) ପେରୁର କିଛି ତଟୀୟ କ୍ଷେତ୍ରରେ ୧ ରୁ ୩ ମିଟର ପର୍ଯ୍ୟନ୍ତ ଆସିବାକୁ ଥିବା ସମ୍ଭାବ୍ୟ ସୁନାମୀ ପାଇଁ ଚେତାବନୀ ଜାରି କରିଛି। ମାତ୍ର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛି। ଏହି ଭୂକମ୍ପରୁ ସୁନାମୀ ପାଇଁ ସତର୍କ ସୂଚନା ନାହିଁ। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।