ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ ଫେରିବାରୁ ରୋକିବା ପାଇଁ ଏହି ପଦକ୍ଷେପର ଆବଶ୍ୟକତା ରହିଛି। ନଭେମ୍ବର ନିର୍ବାଚନ ପୂର୍ବରୁ ପ୍ରବାସୀ ବିରୋଧୀ କଠୋର ଆଭିମୁଖ୍ୟ ରଖୁଥିବା ଟ୍ରମ୍ପଙ୍କ ନୀତିରେ ଏହା ଏକ ବଡ଼ ପରିବର୍ତ୍ତନ। ଆପ୍ରବାସନ ଆମେରିକାର ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ। ନିକଟରେ ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ୫୯% ପଞ୍ଜୀକୃତ ଆମେରିକୀୟ ଭୋଟର ଚାହୁଛନ୍ତି ଯେ ପ୍ରବାସୀଙ୍କୁ ନାଗରିକତା ଦିଆଯାଉ। ଟ୍ରମ୍ପ କହିଛନ୍ତି, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ, ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ବ୍ୟବସ୍ଥା କରିବେ। ଜୁନିୟର ବା ସିନିୟର କଲେଜରୁ ସେମାନେ ଡିପ୍ଲୋମା ବା ସ୍ନାତକ ଡିଗ୍ରି ହାସଲ କରିବା ମାତ୍ରେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ସେମାନଙ୍କୁ ବିନା ଆବେଦନରେ ଗ୍ରୀନ୍ କାର୍ଡ ମଧ୍ୟ ଦିଆଯିବ, ଯାହା ଫଳରେ ପାଠପଢ଼ା ପରେ ମଧ୍ୟ ସେମାନେ ଆମେରିକାରେ ରହିବାକୁ ସକ୍ଷମ ହେବେ। ଟ୍ରମ୍ପ ‘ଅଲ୍-ଇନ୍’ପୋଡକାଷ୍ଟରେ ଏହା କହିଛନ୍ତି।ଟ୍ରମ୍ପ କହିଛନ୍ତି, ଭାରତ ବା ଚୀନ୍ରୁ ବହୁ ଆଶା ନେଇ ମେଧାବୀ ଛାତ୍ରଛାତ୍ରୀମାନେ ଆମେରିକା ପଢ଼ିବାକୁ ଆସନ୍ତି। ଡିଗ୍ରି ହାସଲ ପରେ ଏଠାରେ ରହିବାକୁ ସୁଯୋଗ ନ ମିଳିବାରୁ ସେମାନେ ନିଜ ଦେଶକୁ ଫେରିଯାଆନ୍ତି। ସେଠାରେ ନିଜର କମ୍ପାନି ଗଢ଼ନ୍ତି, ବହୁ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି ଓ କୋଟିପତି ହୁଅନ୍ତି। ଏଠାରେ ରହିବାର ସୁଯୋଗ ମିଳିଲେ ସେମାନେ ଏଠାରେ ନିଜର କମ୍ପାନି କରିବେ ଓ ଆମେରିକାର ଅର୍ଥନୀତିକୁ ସମୃଦ୍ଧ କରିବେ। ୨୦୨୩ରେ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରେକର୍ଡ ୧,୪୦,୦୦୦ରୁ ଅଧିକ ଭିସା ପ୍ରଦାନ କରିଥିଲା। ୨୦୨୪ରେ ଷ୍ଟୁଡେଣ୍ଟ ଭିସା ଆବେଦନରେ ଉଲ୍ଲେଖନୀୟ ବୃଦ୍ଧି ପାଇଁ ଭାରତରେ ଥିବା ଆମେରିକୀୟ ଦୂତାବାସ ପ୍ରସ୍ତୁତି ଚଳାଇଛି। ଭାରତରୁ ଛାତ୍ରଛାତ୍ରୀଙ୍କ ଆବେଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୂତାବାସ ପକ୍ଷରୁ ସଅଳ ସାକ୍ଷାତ୍କାର ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀନ୍ କାର୍ଡ ହେଉଛି ଆମେରିକା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଦସ୍ତାବିଜ ଯାହା ଧାରକଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ କରେ। ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ ସମୟରେ ଯୋଗ୍ୟତାଭିତ୍ତିକ ନାଗରିକତା ନୀତିର ସମର୍ଥକ।
Trending
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
Prev Post
Next Post