ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ ଫେରିବାରୁ ରୋକିବା ପାଇଁ ଏହି ପଦକ୍ଷେପର ଆବଶ୍ୟକତା ରହିଛି। ନଭେମ୍ବର ନିର୍ବାଚନ ପୂର୍ବରୁ ପ୍ରବାସୀ ବିରୋଧୀ କଠୋର ଆଭିମୁଖ୍ୟ ରଖୁଥିବା ଟ୍ରମ୍ପଙ୍କ ନୀତିରେ ଏହା ଏକ ବଡ଼ ପରିବର୍ତ୍ତନ। ଆପ୍ରବାସନ ଆମେରିକାର ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ। ନିକଟରେ ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ୫୯% ପଞ୍ଜୀକୃତ ଆମେରିକୀୟ ଭୋଟର ଚାହୁଛନ୍ତି ଯେ ପ୍ରବାସୀଙ୍କୁ ନାଗରିକତା ଦିଆଯାଉ। ଟ୍ରମ୍ପ କହିଛନ୍ତି, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ, ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ବ୍ୟବସ୍ଥା କରିବେ। ଜୁନିୟର ବା ସିନିୟର କଲେଜରୁ ସେମାନେ ଡିପ୍ଲୋମା ବା ସ୍ନାତକ ଡିଗ୍ରି ହାସଲ କରିବା ମାତ୍ରେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ସେମାନଙ୍କୁ ବିନା ଆବେଦନରେ ଗ୍ରୀନ୍ କାର୍ଡ ମଧ୍ୟ ଦିଆଯିବ, ଯାହା ଫଳରେ ପାଠପଢ଼ା ପରେ ମଧ୍ୟ ସେମାନେ ଆମେରିକାରେ ରହିବାକୁ ସକ୍ଷମ ହେବେ। ଟ୍ରମ୍ପ ‘ଅଲ୍-ଇନ୍’ପୋଡକାଷ୍ଟରେ ଏହା କହିଛନ୍ତି।ଟ୍ରମ୍ପ କହିଛନ୍ତି, ଭାରତ ବା ଚୀନ୍ରୁ ବହୁ ଆଶା ନେଇ ମେଧାବୀ ଛାତ୍ରଛାତ୍ରୀମାନେ ଆମେରିକା ପଢ଼ିବାକୁ ଆସନ୍ତି। ଡିଗ୍ରି ହାସଲ ପରେ ଏଠାରେ ରହିବାକୁ ସୁଯୋଗ ନ ମିଳିବାରୁ ସେମାନେ ନିଜ ଦେଶକୁ ଫେରିଯାଆନ୍ତି। ସେଠାରେ ନିଜର କମ୍ପାନି ଗଢ଼ନ୍ତି, ବହୁ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି ଓ କୋଟିପତି ହୁଅନ୍ତି। ଏଠାରେ ରହିବାର ସୁଯୋଗ ମିଳିଲେ ସେମାନେ ଏଠାରେ ନିଜର କମ୍ପାନି କରିବେ ଓ ଆମେରିକାର ଅର୍ଥନୀତିକୁ ସମୃଦ୍ଧ କରିବେ। ୨୦୨୩ରେ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରେକର୍ଡ ୧,୪୦,୦୦୦ରୁ ଅଧିକ ଭିସା ପ୍ରଦାନ କରିଥିଲା। ୨୦୨୪ରେ ଷ୍ଟୁଡେଣ୍ଟ ଭିସା ଆବେଦନରେ ଉଲ୍ଲେଖନୀୟ ବୃଦ୍ଧି ପାଇଁ ଭାରତରେ ଥିବା ଆମେରିକୀୟ ଦୂତାବାସ ପ୍ରସ୍ତୁତି ଚଳାଇଛି। ଭାରତରୁ ଛାତ୍ରଛାତ୍ରୀଙ୍କ ଆବେଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୂତାବାସ ପକ୍ଷରୁ ସଅଳ ସାକ୍ଷାତ୍କାର ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀନ୍ କାର୍ଡ ହେଉଛି ଆମେରିକା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଦସ୍ତାବିଜ ଯାହା ଧାରକଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ କରେ। ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ ସମୟରେ ଯୋଗ୍ୟତାଭିତ୍ତିକ ନାଗରିକତା ନୀତିର ସମର୍ଥକ।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
Prev Post
Next Post