ଟୁଇଟ୍‌ର ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଟଙ୍କା!

ଟୁଇଟ୍‌ର ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଟଙ୍କା!

ମେଟ୍ରୋ ଟିଭି ଓଡିଶା (୪.୫.୨୦୨୨)

ସାମାଜିକ ଗଣମାଧ୍ୟମ ‘ଟୁଇଟ୍‌ର’ କିଣିବା ପରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଲଗାତାର ଚର୍ଚ୍ଚାର ପରିଧିକୁ ଆସୁଛନ୍ତି । ଏହାରି ମଧ୍ୟରେ ସେ ସଂକେତ ଦେଇଛନ୍ତି ଯେ, ଆଗାମୀ ଦିନରେ ଟୁଇଟରକୁ ମାଗଣାରେ ବ୍ୟବହାର କରାଯାଇପାରିବ ନାହିଁ । ଏହାକୁ ବ୍ୟବହାର କରିବାକୁ ହେଲେ କିଛି ଟଙ୍କା ମଧ୍ୟ ଦେବାକୁ ପଡ଼ିପାରେ । ମାତ୍ର ଏଲନ୍ ମସ୍କ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାଜୁଆଲ ୟୁଜର୍ସଙ୍କ ପାଇଁ ସଂପୂର୍ଣ୍ଣ ରୂପେ ମାଗଣା ରହିବ । 

ଏଲନ୍ ମସ୍କ ଟୁଇଟ୍ କରି କହିଛନ୍ତି ଯେ, କାଜୁଆଲ ଗ୍ରାହକ ମାଗଣାରେ ଟୁଇଟର ବ୍ୟବହାର କରିପାରିବେ । କିନ୍ତୁ ବ୍ୟବସାୟିକ ଓ ସରକାରୀ ୟୁଜର୍ସ ପାଇଁ ସାମାନ୍ୟ ରାଶି ଦେବାକୁ ପଡ଼ିପାରେ । 

ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ କିଣିଛନ୍ତି । ସେ ଟୁଇଟରକୁ ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୩୩୬୮ କୋଟି ଟଙ୍କାରେ ଏହା କିଣିଛନ୍ତି ।