ଜାପାନରେ ବାତ୍ୟା ‘ଶାନ୍ଶାନ୍’ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। କାରଣ ଏହି ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଛି। ବିପଦପୂର୍ଣ୍ଣ ଅଞ୍ଚଳରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ବିମାନ ଏବଂ ରେଳ ଚଳାଚଳ ବନ୍ଦ ହୋଇଯାଇଛି। ୨.୫ ଲକ୍ଷରୁ ଅଧିକ ଘରରେ ବିଦ୍ୟୁତ କାଟ୍ ହୋଇଛି।ଜାପାନର ପାଣିପାଗ ଏଜେନ୍ସି କହିଛି, ‘ଶାନ୍ଶାନ୍’ ଦକ୍ଷିଣ-ପଶ୍ଚିମ କ୍ୟୁସୁ ଦ୍ୱୀପ ନିକଟରେ ପହଞ୍ଚିବା ପରେ କାରଖାନାସବୁ ବନ୍ଦ ହୋଇଯାଇଥିଲା ଏବଂ ଶହ ଶହ ବିମାନ ବାତିଲ କରାଯାଇଥିଲା। ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟରରେ ପହଞ୍ଚିଛି। କେତେକ ଅଞ୍ଚଳରେ ପୂର୍ବରୁ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି, ଯାହାକି ଲଣ୍ଡନ ଏକ ବର୍ଷ ମଧ୍ୟରେ ସମାନ ପରିମାଣର ବର୍ଷା। ୨.୫ ଲକ୍ଷ ଲୋକ ବିଦ୍ୟୁତ ବିନା ଜୀବନଯାପନ କରୁଥିବାବେଳେ କାରଗୁଡିକ ଓଲଟି ପଡିଛି ଏବଂ ଗଛଗୁଡିକ ଉପୁଡ଼ି ଯାଇଛି।
କେନ୍ଦ୍ରୀୟ ଆଇଚି ପ୍ରିଫେକ୍ଟରରେ ଭୂସ୍ଖଳନ ହେତୁ ଏକ ଘର ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ଦିଗରେ ଟୋକୁସିମାରେ ଏକ ଛାତ ଭୁଶୁଡ଼ି ପଡ଼ିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଗୁରୁତର ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ ବିଭାଗକୁ ସତର୍କ କରାଯାଇଛି। ବର୍ତ୍ତମାନ ୨୧୦ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି। ସରକାର କହିଛନ୍ତି ଯେ, ବାତ୍ୟା ଯୋଗୁ ୮ ଲକ୍ଷ ଲୋକଙ୍କୁ ଏଠାରୁ ଅନ୍ୟ ସ୍ଥାନକୁ ପଠାଯିବ।
Trending
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
Prev Post
Next Post