ଆଉ କିଛି ଦିନ ପରେ ୨୦୨୪ ଆସିବାକୁ ଯାଉଛି। ତେବେ ଏଇଠି ପ୍ରଶ୍ନ ଉଠୁଛି, ୨୦୨୪ ବିଶ୍ୱ ପାଇଁ କେମିତି ରହିବ? ୨୦୨୪ ନେଇ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହୋଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ଦୁନିଆରେ ଅନେକ ଭବିଷ୍ୟବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନାସ୍ତ୍ରୋଦମସ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଯେମିତିକି, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, ଜର୍ମାନୀରେ ହିଟଲରଙ୍କ ଉତ୍ଥାନ। ଏପରି ଅନେକ ଭବିଷ୍ୟବାଣୀ ତାଙ୍କର ସତ୍ୟ ହୋଇଛି । ତେବେ ୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ। ଏନେଇ ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଛନ୍ତି ।ନାସ୍ତ୍ରୋଦମସ କବିତା ଶୈଳୀରେ ଲେଖାଯାଇଥିବା ରହସ୍ୟମୟ ଭବିଷ୍ୟତବାଣୀରେ ଲେଖିଛନ୍ତି ଯେ, ୨୦୨୪ରେ ଏ ଦୁନିଆ ଦେଖିବ ଜଳ ଯୁଦ୍ଧ । ‘ଲାଲ୍ ଶତ୍ରୁ’ ଭୟରେ ହଳଦିଆ ପଡିଯିବେ। ତାପରେ ମହାସାଗରରେ ସୃଷ୍ଟି ତାଣ୍ଡବ । ଆର୍ଥାତ୍ ଏଠାରେ ‘ଲାଲ୍ ଶତ୍ରୁ’ର ମାନେ ହେଉଛି ଚୀନ । ଏବଂ ଜଳ ଯୁଦ୍ଧର ଅର୍ଥ ହେଉଛି ତାଇୱାନ। ଚୀନ ସହ ତାଇୱାନର ଘମାଘୋଟ ଯୁଦ୍ଧ ହେବ ।
Trending
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
Prev Post