ଚାଇନାରେ ତାଣ୍ଡବ ରଚିଲା ବାତ୍ୟା ‘ୟାଗି’
ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ । ଏମିତିକି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ପ୍ରକୃତିର କରାଳର କୋପରୁ ବର୍ତ୍ତି ପାରିନାହିଁ । ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି ।ଚୀନ ୨୦୧୪ରେ ହୋଇଥିବା ବାତ୍ୟାଠାରୁ ଏହି ବାତ୍ୟା ଖୁବ୍ ଶକ୍ତିଶାଳୀ ହୋଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଏଥିରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।ୟାଗୀ’ ଲ୍ୟାଣ୍ଡଫଲ ପୂର୍ବର ସତର୍କ କରିଥିଲା ପାଣିପାଗ ବିଭାଗ । ଫଳରେ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ସମସ୍ତ ଅଫିସ ଗୁଡ଼ିକୁ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ସରକାର । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ ମାକାଉରେ ସବୁକିଛି ଛାରଖାର କରିଥିଲା ବାତ୍ୟା ‘ୟାଗୀ’ । ୮ ଲକ୍ଷ ୩୦ ହଜାରରୁ ଅଧିକ ଘର ଏହି ବାତ୍ୟାରେ ପ୍ରଭାବିତ ହୋଇଛି । ଅନେକ ଲୋକ ଜଳବନ୍ଦୀ ଜୀବନ ମଧ୍ୟ କାଟୁଛନ୍ତି ।