ଆଜି ଇସ୍ରାଏଲ ବାୟୁସେନା ବୋମାମାଡ଼ କରିଛି ଏବଂ ଏଥିରେ ଅତିକମ୍ରେ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ଶତାଧିକ ଗୁରୁତର ଆହତଙ୍କୁ ‘ଇଣ୍ଡୋନେସିଆନ୍ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି। ରିଲିଫ୍ ଶିବିର ଉପରେ ବିମାନ ଆକ୍ରମଣ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଜାରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନକୁ ଆଜି ବ୍ୟାପକ କରିଛି। ଉଭୟ ସ୍ଥଳ ଓ ଆକାଶରୁ ପ୍ରଚଣ୍ଡ ଆକ୍ରମଣ ଗାଜାରେ ହମାସ୍ ଆଡ଼ାସ୍ଥଳଗୁଡ଼ିକୁ ଛାରଖାର ହୋଇଥିବା ବେଳେ ଏଥିରେ ନିରୀହ ନାଗରିକମାନେ ମଧ୍ୟ ଶିକାର ହୋଇଛନ୍ତି। ଗାଜାରେ ୧ ହଜାରରୁ ଅଧିକ ହମାସ୍ କେନ୍ଦ୍ରକୁ ଆକ୍ରମଣ କରି ଇସ୍ରାଏଲ ମାଟିରେ ମିଶାଇ ଦେଇଛି। ଗାଜାରେ ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post