ଖଲିସ୍ତାନୀ ପତାକା ଧରୁଥିବା ବ୍ୟକ୍ତିଙ୍କ ଓସିଆଇ ମାନ୍ୟତା ରଦ୍ଦ ହେବ
ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ବିଦେଶରେ ଖଲିସ୍ତାନୀ ପତାକା ଧରିବା ଓ ଅନ୍ୟପଟେ ଭାରତରେ ଥିବା ନିଜର କୃଷି ସମ୍ପତ୍ତିରୁ ଆୟ ଏକାଠି କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦୃଢ ମତ ପୋଷଣ କରୁଛନ୍ତି । ଭାରତୀୟ ଦୂତାବାସ ବାହାରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଖଲିସ୍ତାନୀ ଆତଙ୍କବାଦ ଓ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅନେକ ଲୋକଙ୍କଠାରୁ ନୂଆଦିଲ୍ଲୀ ଖୁବଶୀଘ୍ର ବିଦେଶୀ-ଭାରତୀୟ ନାଗରିକତା (ଓସିଆଇ) ମାନ୍ୟତା ଛଡ଼ାଇ ନେବ। ସୂତ୍ରରୁ ପ୍ରକାଶ ଯେ ସରକାର ମାମଲା ଭିତ୍ତିରେ କିଛି ବ୍ୟକ୍ତିଙ୍କ ବିରୋଧରେ ଏହି ପଦକ୍ଷେପ ନେଇପାରନ୍ତି।