ମେଟ୍ରୋ ଟିଭି ଓଡିଶା (୧୩.୫.୨୦୨୨)
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗୁରୁବାର-ଶୁକ୍ରବାର ରାତି ମନେରୀ ଡ୍ୟାମ୍ ପାଖରେ ବନ୍ୟା ଆସିଛି । ଏହି ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । କିଛି ଶ୍ରମିକ ଏକ ଦୀପରେ ଫସିରହିଥିଲେ । ଘଟଣାସ୍ଥଳରେ ଏସ୍ଡିଆରଏଫର ଟିମ୍ ପହଞ୍ଚି ରାତିସାରା ଉଦ୍ଧାର କାମ ଜାରି ରଖିଥିଲେ । ସବୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଗୁରୁବାର ବିଳମ୍ବିତ ରାତିରେ ଏସ୍ଡିଆରଏଫକୁ ସୂଚନା ମିଳିଥିଲା ଯେ, ମନେରୀ ଡ୍ୟାମ ନିକଟରେ ଏକ ଦୀପରେ କିଛି ଲୋକ ଫସିଯାଇଛନ୍ତି । ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣାପଡ଼ିଲା ଯେ, ଦୀପକୁ ଯାଇଥିବା ଲୋକେ ଶ୍ରମିକ ଥିଲେ । ଏମାନେ ଡ୍ୟାମ ନିକଟରେ ବସବାସ କରନ୍ତି । ନୀଦର ଜଳସ୍ତର ବଢ଼ିବାରୁ ସେମାନେ ବାଧ୍ୟ ହୋଇ ଦୀପରେ ଆଶ୍ରୟ ନେଇଥିଲେ ।

ଏସଡିଆରଏଫର ଟିମ ବିଳମ୍ବିତ ରାତିରେ ଅନ୍ଧାରକୁ ଖାତିର ନକରି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଜଟିଳ ପରିସ୍ଥିତିରେ ସମସ୍ତ ଶ୍ରମିକଙ୍କୁ ରସି ସାହାର୍ଯ୍ୟରେ କ୍ରସିଂ ପୋଲ ମାଧ୍ୟମରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା ।