ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି। ଏକ ବିବୃତିରେ ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇପାରେ। ଇସ୍ରାଏଲ ଏହା ପୂର୍ବରୁ ସୂଚନା ଦେଇସାରିଛି ଯେ, ହମାସ୍ ଯଦି ଅଧିକ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଚାହିବ, ତେବେ ପ୍ରତି ୧୦ ଜଣ ବନ୍ଧକଙ୍କ ମୁକ୍ତି ପାଇଁ ଅତିରିକ୍ତ ଗୋଟିଏ ଦିନ ଲେଖାଏ ଯୁଦ୍ଧବିରତି ବୃଦ୍ଧି କରାଯିବ।ଇସ୍ରାଏଲର ମୋସାଦ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇସ୍ରାଏଲରେ ତା’ର କତର ପ୍ରତିପକ୍ଷଙ୍କ ସହ ଏକ ବୈଠକର ଆୟୋଜନ କରି ହମାସ୍ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକମାନଙ୍କ ମୁକ୍ତି ବିଷୟରେ ଆଲୋଚନା କରିବା ସହ ଦୋହା ମଧ୍ୟସ୍ଥତାରେ ଯୁଦ୍ଧବିରତିର ସମ୍ଭାବ୍ୟ ସମ୍ପ୍ରସାରଣର ଅନ୍ୟ ବିକଳ୍ପ ଉପରେ ବିଚାରବିମର୍ଶ କରିଥିଲେ। ଗାଜାବାସୀଙ୍କ ପାଖରେ ମାନବିକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁଦ୍ଧବିରତି ପାଇଁ କତର ଓ ଇଜିପ୍ଟ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ୍ ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post