ଦୀର୍ଘ ଏକ ମାସ ହେଲାଣି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ଅନେକ ନିରୀହ ଲୋକେ ପ୍ରାଣ ହରାଉଥିବା ବେଳେ ଯୁଦ୍ଧର ସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଅନ୍ୟପଟେ କିଛି ଦେଶ ଇସ୍ରାଏଲ ସପକ୍ଷରେ ରହିଥିବା ବେଳେ ଆଉ କିଛି ଦେଶ ପାଲେଷ୍ଟାଇନ ସପକ୍ଷରେ ରହିଛନ୍ତି । ବିଶେଷ କରି ବିଶ୍ୱର ବହୁ ଇସଲାମିକ ରାଷ୍ଟ୍ର ଇସ୍ରାଏଲର ବିପକ୍ଷରେ ରହିଛନ୍ତି । ତେବେ ଏପର୍ୟ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ଏକ ସମ୍ମିଳନୀ ଆୟୋଜନ କରି ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା କରିବାକୁ ଯାଉଛି ସୂଚନା ମୁତାବକ, ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ରେ ସାମିଲ ୫୭ଟି ଦେଶକୁ ନେଇ ଏକ ବୈଠକ ଡକାଯାଇଛି । ବୈଠକରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ସାମିଲ ହୋଇଛନ୍ତି। ଏହି ବୈଠକରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି । ତେବେ ସାଉଦି ଆରବ ପକ୍ଷରୁ ଆୟୋଜିତ ଆଉ ଏକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post