ଇସ୍ରାଏଲ୍ ଉପରେ ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣ
ଇସ୍ରାଏଲ୍ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ ହୋଇଥିବା କଥା ଇସ୍ରାଏଲ ସେନା ସ୍ପଷ୍ଟ କରିନାହିଁ। ଲେବାନନ ଅତିକ୍ରମ କରି ଏକ ଡ୍ରୋନ୍ ମେଟୁଲା ଅଞ୍ଚଳରେ ମାଡ଼ ହୋଇଥିଲା ବୋଲି ସେନା କହିଛି। ଅନ୍ୟପକ୍ଷରେ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଇସ୍ରାଏଲୀ ଗଣମାଧ୍ୟମରେ କୁହାଯାଇଛି। ଇସ୍ରାଏଲ୍ ସୀମାରେ ଥିବା ଏହାର ମିଲିଟାରୀ ଟାର୍ଗେଟଗୁଡ଼ିକୁ ଲକ୍ଷ୍ୟ କରି ଡଜନେ ରକେଟ ଛଡ଼ାଯାଇଥିବା ଇରାନ ସମର୍ଥତ୍ତ ହେଜବୁଲ୍ଲା ଦାବି କରିଛି। ଗାଜାର ପାଲେଷ୍ଟିନୀୟମାନଙ୍କ ସମର୍ଥନରେ ଇସ୍ଲାମିକ ରେଜିଷ୍ଟାନ୍ସ ପକ୍ଷରୁ ସୋମବାର ଡ୍ରୋନ ଆକ୍ରମଣ ହୋଇଥିବା ହେଜବୁଲ୍ଲା ସାମରିକ ମିଡିଆ ପକ୍ଷରୁ ଘୋଷଣା କରାଯାଇଛି।