ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତର ‘ଅପରେସନ୍ ଅଜୟ’ ଲଞ୍ଚ
ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାର ଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ ।ଏଥିପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ । ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଅନୁରୋଧ କରିବା ପରେ ଅପରେସନ୍ ଅଜୟ ଆରମ୍ଭ କଲେ କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।
ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ କେନ୍ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।