ଇରାନ ପୋଷ୍ଟ ଉପରେ ଏୟାର ଷ୍ଟ୍ରାଇକ୍

ଇରାକ ଏବଂ ସିରିଆରେ ଇରାନ ପୋଷ୍ଟ ଉପରେ ଆମେରିକା ଅନେକଗୁଡ଼ିଏ ଏୟାର ଷ୍ଟ୍ରାଇକ୍ କରିଛି। ​​ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ତେବେ ଆମେରିକା ଏବଂ ଇରାନ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।ଗତ ସପ୍ତାହରେ ଜୋର୍ଡାନରେ ଡ୍ରୋନ୍ ଆକ୍ରମଣରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ଆମେରିକା ପ୍ରତିଶୋଧ ପରାୟଣ ହୋଇ ଏହି ପଦକ୍ଷେପ ନେଇଛି।