ସିରିଆରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ ଯୋଗୁ ଇରାନର ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଆକ୍ରମଣ କରିବା ଆଶଙ୍କା ଥିବାରୁ ଇସ୍ରାଏଲ୍ ଏହାର ଜିପିଏସ୍ ନାଭିଗେଶନ ସେବାକୁ ବନ୍ଦ କରିବା ସହ ସୈନ୍ୟମାନଙ୍କ ଛୁଟି ବାତିଲ କରିଛି। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ ୬ ମାସ ହେଲା ଯୁଦ୍ଧ ଚଳାଇଥିବାବେଳେ ଏପ୍ରିଲ ୫ ପବିତ୍ର ରମଜାନ ମାସର ଶୁକ୍ରବାର ପରେ ଇରାନ ଯେକୌଣସି ସମୟରେ ଆକ୍ରମଣ କରିବା ଆଶଙ୍କା ରହିଛି। ପାଲେଷ୍ଟାଇନ୍କୁ ସମର୍ଥନରେ ଇରାନ ଶୁକ୍ରବାରକୁ ଜେରୁଜେଲମ୍ ଡେ’ ଭାବେ ପାଳନ କରିଛି। ସୂଚନାଯୋଗ୍ୟ, ୩ ଦିନ ପୂର୍ବେ ଇସ୍ରାଏଲ୍ ସେନା ସିରିଆ ରାଜଧାନୀରେ ଥିବା ଇରାନ କୂଟନୈତିକ କାର୍ଯ୍ୟାଳୟ ପରିସରରେ ବିମାନରୁ ବୋମାମାଡ଼ କରିଥିଲା। ଏଥିରେ ଇରାନ କୁଡ୍ସ ଫୋର୍ସ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହେଦି ନିହତ ହୋଇଥିଲେ। ୨୦୨୦ରେ ଆମେରିକା ଡ୍ରୋନ୍ ଆକ୍ରମଣରେ କୁଡ୍ସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେଇମାନିଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଜାହେଦିଙ୍କ ମୃତ୍ୟୁ ସବୁଠୁ ବଡ଼ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ବୋଲି କୁହାଯାଉଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post