ମେଟ୍ରୋ ଟିଭି ଓଡିଶା (୧୫.୫.୨୦୨୨)
ସମଗ୍ର ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଖାଦ୍ୟ ସଙ୍କଟ । ଦର ବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ବିରୋଧରେ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇରାନର ଲୋକ । ଇରାନର ଅନେକ ସହରରେ ଲୋକ ମାନେ ପ୍ରତିବାଦ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ।

ଇରାନରେ ଗହମ ଅଭାବ କାରଣରୁ ଅଟା ମୂଲ୍ୟ ପ୍ରାୟ ୩୦୦ ପ୍ରତିଶତ ବଢିଯାଇଛି । ଏହାକୁ ନେଇ ବିରୋଧ ଜାରି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ।ସମଗ୍ର ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଖାଦ୍ୟ ସଙ୍କଟ । ଦର ବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ବିରୋଧରେ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇରାନର ଲୋକ । ଇରାନର ଅନେକ ସହରରେ ଲୋକ ମାନେ ପ୍ରତିବାଦ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଇରାନରେ ଗହମ ଅଭାବ କାରଣରୁ ଅଟା ମୂଲ୍ୟ ପ୍ରାୟ ୩୦୦ ପ୍ରତିଶତ ବଢିଯାଇଛି । ଏହାକୁ ନେଇ ବିରୋଧ ଜାରି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ସାଂସଦ । ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣେ ଇରାନୀ ସାଂସଦ ସୂଚନା ଦେଇଛନ୍ତି । ପୂର୍ବ ସପ୍ତାହରେ ବିଦେଶରୁ ଗହମ ଆମଦାନୀ ପରେ ଏହାକୁ ସବସିଡି ଆକାରରେ ଆବଣ୍ଟନ କରାଯାଇଥିଲା । ତେବେ ଏହା ଶେଷ ହେବାକୁ ବସିଥିବାରୁ ମୂଲ୍ୟ ରାତାରାତି ବଢିଯାଇଛି । ମୂଲ୍ୟ ବଢିବା ସହିତ ଏହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣେ ଇରାନୀ ସାଂସଦ ସୂଚନା ଦେଇଛନ୍ତି । ପୂର୍ବ ସପ୍ତାହରେ ବିଦେଶରୁ ଗହମ ଆମଦାନୀ ପରେ ଏହାକୁ ସବସିଡି ଆକାରରେ ଆବଣ୍ଟନ କରାଯାଇଥିଲା । ତେବେ ଏହା ଶେଷ ହେବାକୁ ବସିଥିବାରୁ ମୂଲ୍ୟ ରାତାରାତି ବଢିଯାଇଛି । ମୂଲ୍ୟ ବଢିବା ସହିତ ଏହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।