ଇରାନରେ ଆତଙ୍କବାଦୀ ଆକ୍ରମଣ
ଇରାନର ଦକ୍ଷିଣ ସହର କେର୍ମାନଠାରେ କମାଣ୍ଡର କାସେମ ସୁଲେମାନିଙ୍କ କବର ନିକଟରେ ଆତଙ୍କବାଦୀ ଆକ୍ରମଣରେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ୨୦୨୦ରେ ବାଗଦାଦ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ସୁଲେମାନିଙ୍କୁ ଏଠାରେ କବର ଦିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ହତ୍ୟା କରାଯାଇଥିବା ଇରାନ ଅଭିଯୋଗ କରିଥିଲା। ସୁଲେମାନିଙ୍କ ହତ୍ୟା ପରେ ଇରାନ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତି ଖରାପ ହୋଇଯାଇଥିଲା।