ମେଟ୍ରୋଟିଭିଓଡିଶା(୮.୫.୨୦୨୨)
ପାକିସ୍ତାନ ଓ ଆମେରିକା ମଧ୍ୟରେ କିଛି ମାସ ହେବ ସଂପର୍କ ଠିକ୍ନାହିଁ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରୁଷିଆ ପ୍ରତି ମୁଣ୍ଡ ନୁଆଁଇବା ଓ ତାଙ୍କ ର ରୁଷିଆ-ୟୁକ୍ରେନ୍ ସଂଘର୍ଷରେ ପଶ୍ଚିମ ଗୋଷ୍ଠୀ ସହିତ ସାମିଲ ହେବାରେ ମନା କରିବା କାରଣରୁ ଆମେରିକା ଉପରେ ସେ କ୍ଷମତା ବେଦଖଲ କରିବାର ଷଡ଼ଯନ୍ତ୍ର କରିବା ଅଭିଯୋଗ ଆଣିଥିଲେ । ସେହି ସମୟରେ ଇମ୍ରାନ୍ ଖାନ ପାକିସ୍ତାନର ପ୍ରମୁଖ ସହରରେ ରାଜନୈତିକ ସଭାରେ ଆମେରିକା ବିରୋଧରେ ଭାଷଣ ଦେଇଥିଲେ । ସେ ବାଇଡେନ ପ୍ରଶାସନର ସାର୍ବଜନିକ ଭାବେ ଆଲୋଚନା କରିଥିଲେ । ସେ ପିଟିଆଇ ସରକାର ପତ୍ତନ ଆମେରିକାର ହାତ ଥିବା ଅଭିଯୋଗ ଆଣିଥିଲେ ।

ଏବେ ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫଙ୍କ ନେତୃତ୍ୱରେ ନୂଆ ସରକାର ସଂଯୁକ୍ତ ରାଜ୍ୟ ଆମେରିକା ସହିତ ବିଗିଡିଥିବା ସଂପର୍କକୁ ସଂଶୋଧନ କରିବାକୁ ଚାହୁଁଛନ୍ତି । ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ବିଦେଶ ରାଜ୍ୟ ମନ୍ତ୍ରୀ ଭାବେ ଓ ହିନା ରବାନୀ ଖାନରଙ୍କ ବିଦେଶ ରାଜ୍ୟ ମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବା ପରେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ସକ୍ରିୟ ହୋଇ ଉଠିଛି । ପାକିସ୍ତାନ ନିଜର ବିଦେଶ ନୀତିରେ ସଂଶୋଧନ ଆଣୁଛି । ପାକିସ୍ତାନ ବାଇଡେନ ପ୍ରଶାସନ ସହିତ ସକ୍ରିୟ ସଂପର୍କ ରଖିବା ଦିଗରେ କାମ କରୁଛି । ବିଦେଶ କାର୍ଯ୍ୟାଳୟ ତରଫରୁ ଏବେ ସଂକେତ ମିଳୁଛି ଯେ, ରୁଷିଆ-ୟୁକ୍ରେନ୍ ସଂଘର୍ଷର ସଂପର୍କରେ ପାକିସ୍ତାନ ପଶ୍ଚିମ ଦଳ ସହିତ ଅଛି ।