ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ପ୍ରତି ସମର୍ଥନ ବଢ଼ିଛି। ବାଇଡେନ୍ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ ହାରିସ୍ଙ୍କୁ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଅନ୍ୟ ଡେମୋକ୍ରାଟମାନେ ହାରିସ୍ଙ୍କ ପଛରେ ଛିଡ଼ା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ରନିଂ ମେଟ୍ ଓହିଓ ସିନେଟର ଜେ.ଡି. ଭାନ୍ସଙ୍କୁ ହରାଇବା ପାଇଁ ପ୍ରଚାରକୁ ଜୋର୍ଦାର କରିବା ନିମନ୍ତେ ଡେମୋକ୍ରାଟମାନେ ଅଣ୍ଟା ଭିଡିଛନ୍ତି। ହାରିସ୍ଙ୍କୁ ଡେମୋକ୍ରାଟ ପ୍ରାର୍ଥୀ ଭାବେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ହାଉସ୍ ସ୍ପିକର ନାନ୍ସି ପେଲୋସି ସମର୍ଥନ ଜଣାଇଛନ୍ତି। ବାଇଡେନ୍ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ ପେଲୋସି ଏହାର ପ୍ରଶଂସା କରିଛନ୍ତି।
ହାରିସ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ତୃଣମୂଳ ସ୍ତରରୁ ଗୋଟିଏ ଦିନରେ ୪୯.୬ ନିୟୁତ ଡଲାର ଚାନ୍ଦା ସଂଗ୍ରହ କରିଥିବା କହିଛନ୍ତି। ପୂର୍ବରୁ ଯେଉଁ ଡେମୋକ୍ରାଟ୍ମାନେ ବାଇଡେନଙ୍କୁ ଚାନ୍ଦା ଦେବା ବନ୍ଦ କରିଦେଇଥିଲେ, ସେମାନେ ସହାୟତାର ହାତ ବଢ଼ାଇଛନ୍ତି। ଆମେରିକାର ହଜାର ହଜାର ଅଣଶ୍ୱେତାଙ୍ଗ ମହିଳା ଅନ୍ଲାଇନରେ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହାରିସ୍ଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି। ୫୯ ବର୍ଷୀୟା ହାରିସ୍ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ପ୍ରଥମ ଅଶଶ୍ୱେତାଙ୍ଗ ମହିଳା ତଥା ପ୍ରଥମ ଏସୀୟ-ଆମେରିକୀୟ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ବାଇଡେନ୍ଙ୍କ ସମର୍ଥନ ତାଙ୍କୁ ଗୌରବାନ୍ବିତ କରିଥିବା ହାରିସ୍ କହିଛନ୍ତି।
ସୂଚନାଯୋଗ୍ୟ, ବୟସାଧିକ୍ୟ ଏବଂ ମତିଭ୍ରମ ଯୋଗୁ ବାଇଡେନ୍ ବାରମ୍ବାର ଭୁଲ୍ ମନ୍ତବ୍ୟ ଦେଉଥିବାରୁ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ୍ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ଶାସକ ଡେମୋକ୍ରାଟିକ୍ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ରବିବାର ଘୋଷଣା କରିଥିଲେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post