ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପେଣ୍ଟାଗନରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଏବଂ ବାଣିଜ୍ୟ ସଚିବ ଗିନା ରାଇମଣ୍ଡୋଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବଢ଼ାଇବା ସହ ପ୍ରତିରକ୍ଷା ସାମଗ୍ରୀ ମିଳିତ ଭାବେ ପ୍ରସ୍ତୁତ କରିବା ନେଇ ଅଷ୍ଟିନ୍ଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଜୟଶଙ୍କର କହିଛନ୍ତି। ବାଣିଜ୍ୟ ସଚିବଙ୍କ ସହ ଆଲୋଚନା ବେଳେ ସେ ଚଳିତ ବର୍ଷର ବୈଷୟିକ ସହଯୋଗ ଏବଂ ଅର୍ଥନୈତିକ ଭାଗୀଦାରିତାରେ ଉଲ୍ଲେଖନୀୟ ଉନ୍ନତିକୁ ପ୍ରଶଂସା କରିଥିଲେ। ଦିନକ ପୂର୍ବରୁ ଜୟଶଙ୍କର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ, ବାଣିଜ୍ୟ ପ୍ରତିନିଧି କାଥେରିନ୍ ଟାଇ ଏବଂ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଭେଟି ଆଲୋଚନା କରିଥିଲେ।ଓ୍ବାଶିଂଟନରେ ଅନୁଷ୍ଠିତ ବିଶ୍ୱ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଜୟଶଙ୍କର କହିଥିଲେ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅଗ୍ରଗତି ଭଳି ବୃହତ୍ ବୈଶ୍ୱିକ ଆହ୍ବାନର ମୁକାବିଲା ଏକାକୀ କରାଯାଇପାରିବ ନାହିଁ। ଏଥିପାଇଁ ସାରା ବିଶ୍ୱକୁ ଏକାଠି କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post