ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପେଣ୍ଟାଗନରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଏବଂ ବାଣିଜ୍ୟ ସଚିବ ଗିନା ରାଇମଣ୍ଡୋଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବଢ଼ାଇବା ସହ ପ୍ରତିରକ୍ଷା ସାମଗ୍ରୀ ମିଳିତ ଭାବେ ପ୍ରସ୍ତୁତ କରିବା ନେଇ ଅଷ୍ଟିନ୍ଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଜୟଶଙ୍କର କହିଛନ୍ତି। ବାଣିଜ୍ୟ ସଚିବଙ୍କ ସହ ଆଲୋଚନା ବେଳେ ସେ ଚଳିତ ବର୍ଷର ବୈଷୟିକ ସହଯୋଗ ଏବଂ ଅର୍ଥନୈତିକ ଭାଗୀଦାରିତାରେ ଉଲ୍ଲେଖନୀୟ ଉନ୍ନତିକୁ ପ୍ରଶଂସା କରିଥିଲେ। ଦିନକ ପୂର୍ବରୁ ଜୟଶଙ୍କର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ, ବାଣିଜ୍ୟ ପ୍ରତିନିଧି କାଥେରିନ୍ ଟାଇ ଏବଂ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଭେଟି ଆଲୋଚନା କରିଥିଲେ।ଓ୍ବାଶିଂଟନରେ ଅନୁଷ୍ଠିତ ବିଶ୍ୱ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଜୟଶଙ୍କର କହିଥିଲେ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅଗ୍ରଗତି ଭଳି ବୃହତ୍ ବୈଶ୍ୱିକ ଆହ୍ବାନର ମୁକାବିଲା ଏକାକୀ କରାଯାଇପାରିବ ନାହିଁ। ଏଥିପାଇଁ ସାରା ବିଶ୍ୱକୁ ଏକାଠି କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post