ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁରେ ଆଖିବୁଜା ଭାବେ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ, ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଅନେକ ଲୋକଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। ଏଠାରେ କୃଷକ ଏବଂ ମେଷପାଳକଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ଘଟେ। ଏହି ଘଟଣା ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ଅବସ୍ଥିତ ପଠାରି ରାଜ୍ୟରେ ଘଟିଛି। ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି, ପଠାରି ବଙ୍ଗଲାଲ ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣରୁ ପଳାୟନ କରୁଥିବା ଦୁର୍ବୃତ୍ତମାନେ ଜୁରାକ ଏବଂ ଡକାଇ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ଏଜେଣ୍ଟମାନେ ୭ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Next Post