ଲାଓ ପିଡିଆର୍ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଲାଓସ୍କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରୁଛି ବୋଲି କୁହାଯାଉଛି।ଦେଶର ରାଜଧାନୀ ଭିଏଣ୍ଟିଆନ୍ରେ ଆୟୋଜିତ ଏକ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଲାଓ ପିଡିଆର୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସାଲେମକ୍ସାଇ କୋମାସିଥ ମିଳିତ ଭାବେ ସ୍ବତନ୍ତ୍ର ସ୍ମାରକପତ୍ର ଡାକ ଟିକେଟ ସେଟ୍ର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।ପ୍ରକାଶ ଯେ, ଭାରତ ଏବଂ ଲାଓ ପିଡିଆର୍ ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଏକ ମଜଭୂତ ସମ୍ପର୍କ ରହିଆସିଛି। କାରଣ ଲାଓ ପିଡିଆର୍ ହେଉଛି ସେହି ଦେଶ ଯେଉଁଠାରେ ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇଥିଲା। ଏଠାରେ ଧର୍ମ ସହ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦକ୍ଷିଣ ପୂର୍ବ ଏସିଆରେ ଅନୁସରଣ କରାଯାଇଥାଏ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post