ଧୂଆଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ପ୍ରାଦେଶିକ ରାଜଧାନୀ ଲାହୋରରେ କରୋନା ମହାମାରୀ ସମୟ ଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି। ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।ଜିଓ ନ୍ୟୁଜ ସୂତ୍ରରୁ ପ୍ରକାଶ ବୁଧବାର ଦିନ ସମସ୍ତ ବିଦ୍ୟାଳୟ, ବଜାର ଏବଂ କାରଖାନା ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସମ୍ପୂର୍ଣ୍ଣ ଲକଡାଉନ କରାଯିବାର ଯୋଜନା ରହିଛି। ସହର କମିଶନର କହିଛନ୍ତି ଲାହୋର ଡିଭିଜନରେ ଧୂଆଁର ମୁକାବିଲା ପାଇଁ ଅଧିକାରୀମାନେ ଦୁଇ ମାସ ଧରି ଓ୍ବାର୍କ ଆଟ ହୋମ କରିବେ। ବୁଧବାର ବଜାର ବନ୍ଦ ରଖିବାକୁ ପ୍ରସ୍ତାବ ଉପରେ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।କମିଶନର୍ ମହମ୍ମଦ ଅଲି ରାନ୍ଧୱା କହିଛନ୍ତି ଯଦି ବ୍ୟବସାୟୀମାନେ ଚାହାଁନ୍ତି ତେବେ ସେମାନେ ରବିବାର ଦିନ ବଜାର ଖୋଲିପାରିବେ। ରିପୋର୍ଟରେ କୁହାଯାଇଛି ନୂତନ ନୀତି ଅନୁଯାୟୀ ସରକାରୀ ବିଭାଗ ବୁଧବାର ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବ। ସପ୍ତାହ ଶେଷରେ ଶନିବାର ଏବଂ ରବିବାର ସ୍ନାପ ଯାଞ୍ଚ ମଧ୍ୟ ପରାମର୍ଶ ଦିଆଯାଇଛି ।ଏହି ରିପୋର୍ଟରେ କୁହାଯାଇଛି ନିୟମ ଉଲ୍ଲଂଘନ କରୁଥିବା କାରଖାନାଗୁଡ଼ିକ ଉପରେ ଜରିମାନା ଲାଗୁ କରିବାକୁ ଏବଂ ନିର୍ଦ୍ଦେଶକୁ ଅବମାନନା କଲେ ସେମାନଙ୍କୁ ବନ୍ଦ କରିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି।
Trending
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
Next Post