ଜାପାନ ପାଇଁ ବଡ ବିପଦ । ଆସିପାରେ ସୁନାମି । ଏଚଏଚକେ କହିଛି ସୁନାମି ଢେଉ ୩ ଫୁଟ ଉଚ୍ଚକୁ ଉଠି ସ୍ଥଳ ଭାଗକୁ ଆସିବ। ସ୍ଥାନୀୟ ସମୟ ରାତି ୧.୩୦ ବେଳକୁ ସୁନାମି ଜାପାନର ୱେଷ୍ଟର୍ଣ୍ଣ ଉପକୂଳରେ ପହଞ୍ଚିପାରେ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।ବଡ଼ଧରରଣ ଭୂକମ୍ପରେ ଦୋହଲିଛି ଫିଲିପାଇନ୍ସର ମିନଡାନାଓ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ବିଭନ୍ନ ସ୍ଥାନରେ ବଡ଼ବଡ଼ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବାରୁ ଭିଡିଓ ସାମ୍ନାକୁ ଆସିଛି। ସେହିପରି ଭୂକମ୍ପ ଝଟକା ପରେ ଫିଲିପାଇନ୍ସ ଓ ଜାପାନରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ୟୁରୋପ-ମେଡିଟେରିଆନ ସେଇସମୋଲୋଜିକାଲ ସେଣ୍ଟର(ଇଏମଏସସି) ଲୋକଙ୍କୁ ସତର୍କ ରହିବାକୁ କହିଛି।ଇଏମଏସସି କହିଛି ଯେ ଭୂକମ୍ପ ଟି ଭୂପୃଷ୍ଠରୁ ୬୩ କିମି ଗଭୀରରେ ସୃଷ୍ଟି ହୋଇଛି। ତୀବ୍ରତା ୭.୫ ଥିବାରୁ ଫିଲିପାଇନ୍ସ ଓ ଜାପାନର କିଛି ସ୍ଥାନରେ ଖୁବଶୀଘ୍ର ସୁନାମି ଆସିପାରେ। ଆଜି ରାତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଇଏମଏସସି କହିଛି। ଫିଲିପାଇନ୍ସର ସେଇସମୋଲୋଜି ଏଜେନ୍ସି ଆଶଙ୍କା କରିଛି ଯେ ସୁନାମି ମଧ୍ୟରାତ୍ର ସୁଦ୍ଧା ଦେଶକୁ ପ୍ରଭାବିତ କରିପାରେ। କାରଣ ସ୍ଥାନୀୟ ସମୟ ରାତି ୧୦.୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
Trending
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
- ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ
- କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ
- ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
- ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
Prev Post