୪୧ ଡିଗ୍ରୀ ଟପିଛି ତାପମାତ୍ରା

ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି । ଚଳିତବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଟପିଛି ତାପମାତ୍ରା । ତେବେ ପ୍ରଥମ ରାଜ୍ୟ ଭାବରେ ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ବୌଦ୍ଧ ଏବଂ ଟିଟିଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀରେ ପହଞ୍ଚିଛି । ଏହାବ୍ୟତୀତ ବଲଙ୍ଗୀର ୪୦.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ନୟାଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଏବଂ କଟକର ତାପମାତ୍ରା ୩୭.୬ ଡିଗ୍ରୀରେ ପହଞ୍ଚିଛି । ତେବେ ଆଗାମୀ ୪-୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।