୪ ରାଜ୍ୟ ଜଳୁଛି

ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଦିଲ୍ଲୀରେ ପାରଦ ୪୨ ଡିଗ୍ରି ଛୁଇଁଛି। ପ୍ରବଳ ଗରମ ମଧ୍ୟରେ ରବିବାର ଜାତୀୟ ରାଜଧାନୀରେ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ରେକର୍ଡ କରାଯାଇଥିଲା, ଯାହାର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ସେଲସିୟସ ରହିଛି, ଯାହା ସ୍ୱାଭାବିକଠାରୁ ୨ ଡିଗ୍ରି ଅଧିକ। ଚଳିତ ମାସରେ ଭାରତର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇ ଦେଇଛି। ସଦ୍ୟତମ ପାଣିପାଗ ବୁଲେଟିନରେ ଆଇଏମ୍‌ଡି କହିଛି ଯେ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ ଓ ଗୁଜରାଟରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ କେରଳରେ ଲଗାତାର ୫ ଦିନ ପର୍ଯ୍ୟନ୍ତ ଗରମ ଓ ଆର୍ଦ୍ର ତାପମାତ୍ରା ରହିବ।