୧୪ରେ ଲଘୁଚାପ

ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ ବୋଲି କୃଷି ପାଣିପାଗବିତ୍ ଡ.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।ସୋମବାର ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପୁରୀରେ ପାଗ ମେଘମୁକ୍ତ ରହିବ । ଉପରବେଳା ହାଲୁକାରରୁ ସ୍ୱଳ୍ପ ବର୍ଷା ହୋଇପାରେ । ୮ ଓ ୯ ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।