୧୧ଟା ହେଉଣୁ ବଢୁଛି ଖରା
ବଢୁଛି ତାତି। ଦିନ ୧୧ ଟା ହେଉଣୁ ବଢୁଛି ଖରାର ପ୍ରକୋପ। ଏମିତିକି ବାହାରକୁ ବାହାରିବା ହେଉଛି ମୁସ୍କିଲ।ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ। ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା। ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।