ସରିନି ଶୀତ ବଢିଲାଣି ତାତି

ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା।ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ ।ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ। କଲବଲ ହେଲେଣି ରାଜ୍ୟବାସୀ। ଦିନ ସମୟରେ ବାୟୁମଣ୍ଡଳରେ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି l କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖ‌ିବାକୁ ମିଳୁଛି। ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବଢିଛି। ଫ୍ୟାନ ନ ଲାଗିଲେ ଶୋଇ ହେଉନି। ସକାଳୁ ମାଡି ଆସୁଛି ଖରା। ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି l ଫେବୃୟାରୀରେ ଆଗରୁ 40 ଡିଗ୍ରୀ ରେକର୍ଡ ରହିଛି । ଏହିପରି ତାପମାତ୍ରା ଆସନ୍ତା 3 ଦିନ ଯାଏଁ ଜାରି ରହିବ।ଫେବୃଆରି ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା, ଗରମ ଅନୁଭୂତ ହେବ ତେବେ ବୈଶାଖ, ଜ୍ୟେଷ୍ଠରେ କେତେ ହେବ ବୋଲି ମନରେ ପ୍ରଶ୍ନ ଉଠିଲାଣି।