ରାଜ୍ୟରେ ଶୁଖିଲା ରହିଛି ପାଗ

ଆଜି ପାଗ ଶୁଖିଲା ରହିବ । କିନ୍ତୁ ଆସନ୍ତାକାଲି 6 ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାପରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ ।ଏହାପରେ 4 ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ପାରଳାଖେମୁଣ୍ଡି ତାପମାତ୍ରା 35.4 ଡିଗ୍ରୀ ସେଲ୍‌ସିୟସ ଥିଲା । ବାକି ସବୁଠି ପାରଦ 35 ଡିଗ୍ରୀ ତଳେ ରହିଥିଲା ।