ମାଡି ଆସୁଛି ଭୟଙ୍କର ବାତ୍ୟା!

ସତର୍କ କରାଇଲା IMD

ବଙ୍ଗୋପସାଗରେ ଏହି ବାତ୍ୟା ସମ୍ଭାବନା ଦେଖିବାକୁ ମିଳିଛି । ଆଇଏମଡି ଜିଏଫଏସ ବା ଗ୍ଲୋବାଲ ପରକାଷ୍ଟିଙ୍ଗ ସିଷ୍ଟମ ଏ ନେଇ ପୂର୍ବାନୁମାନ କରିଛି । ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି କୁହାଯାଇଛି ।ତେବେ ଏହାପରେ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଡିାସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ଦର୍ଶାଇଛି ଆଇଏମଡି । ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି ।