ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍ୱେଭ୍) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ ବାରିପଦା, ବୌଦ୍ଧ ସହରର ପାରଦ ୪୪ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ଭୁବନେଶ୍ବର, ଝାରସୁଗୁଡ଼ା, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଭବାନୀପାଟଣା, ପାରଳାଖେମୁଣ୍ଡିରେ ୪୩ ଡିଗ୍ରି ଉପରେ ରହିବ। ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ହିଟ୍ୱେଭ୍ ସ୍ଥିତି ସୃଷ୍ଟି ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ୨୪ ଓ ୨୫ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବ। ତେବେ ତାପମାତ୍ରା ସେତେଟା ବଢ଼ିବ ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ନୂଆପଡ଼ା, ଗଜପତି ଜିଲ୍ଲାରେ ହିଟ୍ୱେଭ୍ର ସମ୍ଭାବନା ରହିଛି।ଗତକାଲିଠାରୁ ଆଜି ଭୁବନେଶ୍ବର ସହରର ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୪୧.୮ ଡିଗ୍ରିରେ ରହିଛି। କିନ୍ତୁ ଏହା ସ୍ବାଭାବିକ ଠାରୁ ୩.୫ ଡିଗ୍ରି ଅଧିକ ଥିଲା। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପାରାଦୀପରେ ଆଜି ରେକର୍ଡ ହୋଇଥିବା ୩୮.୮ ଡିଗ୍ରି ସେଠାରେ ଏପ୍ରିଲ ମାସର ଦ୍ୱିତୀୟ ସର୍ବୋଚ୍ଚ ଦିନ ତାପମାତ୍ରା। ଏହା ପୂର୍ବରୁ ୧୯୮୯ ଏପ୍ରିଲ ୮ରେ ୩୮.୨ ଡିଗ୍ରି ରହିଥିଲା। ଆଜି ଦିନରେ ଏହି ସହରର ତାପମାତ୍ରା ସ୍ବାଭାବିକଠାରୁ ୬.୫ ଡିଗ୍ରି ଅଧିକ ଥିଲା। ଏପ୍ରିଲ ମାସର ପାରାଦୀପ ପାଇଁ ସର୍ବୋଚ୍ଚ ଦିନର ତାପମାତ୍ରା ୪୦.୭ ଡିଗ୍ରି ସର୍ବକାଳୀନ ରେକର୍ଡ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଜି ରାଜ୍ୟର ୧୮ଟି ସହରର ପାରଦ ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ୪୨.୮ ଡିଗ୍ରି ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏହାବ୍ୟତୀତ ନୟାଗଡ଼ରେ ୪୨.୨, ବଲାଙ୍ଗୀରରେ ୪୧.୮, ଅନୁଗୁଳରେ ୪୧.୭, ମାଲକାନଗିରିରେ ୪୧.୫, ନୂଆପଡ଼ା ଓ ବାରିପଦାରେ ୪୧.୨, ଟିଟିଲାଗଡ଼ରେ ୪୧ ଡିଗ୍ରି ରେକର୍ଡ ହୋଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦକ୍ଷିଣ ଓଡ଼ିଶା(ଉପକୂଳ ଓ ଆଭ୍ୟନ୍ତରୀଣ)ରେ ତିନି ଦିନ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ହେତୁ ତାପମାତ୍ରା ଅପେକ୍ଷାକୃତ ବେଶି ବଢ଼ିବ ନାହିଁ। ମାତ୍ର ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି। ୨୬ ତାରିଖରେ ବାରିପଦା, ଝାରସୁଗୁଡ଼ା, ରାଉରକେଲା, ବୌଦ୍ଧ, ବଲାଙ୍ଗୀର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାକୁ ଥିବା ବେଳେ ମାସ ଶେଷ ଆଡ଼କୁ ୪୬ ଡିଗ୍ରି ଡେଇଁଯିବ। ୨୮ ତାରିଖରେ ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ତାଳଚେର, ପାରଳାଖେମୁଣ୍ଡି, ରାୟଗଡ଼ା, ଭବାନୀପାଟଣା, ମାଲକାନଗିରିରେ ୪୨ରୁ ୪୪ ଡିଗ୍ରି ରହିବ। ପରବର୍ତ୍ତୀ ଦୁଇ ଦିନରେ ୪୫ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ପୁରୀଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଥିବା ଅଞ୍ଚଳରେ ୨୬ ତାରିଖରୁ, ଗଞ୍ଜାମ ଓ ଗଜପତିରେ ୨୭ରୁ ଗ୍ରୀଷ୍ମ ପ୍ରବାହ ବଢ଼ିବ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ