ବାତ୍ୟା ମୋନ୍ଥା ଉପକୂଳ ମୁହାଁ : ମୁକାବିଲା ପୁରା ସରକାର ପ୍ରସ୍ତୁତ

 ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଆଦି ଉପସ୍ଥିତ ରହିଛନ୍ତି । ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଭିଡିଓ କନ୍‌ଫରେନ୍ସି ଜରିଆରେ ସାମିଲ ହୋଇଥିଲେ ।

​​​​​​​ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ର ପ୍ରଦେଶ ଲୋକେ ଓଡ଼ିଶା ସମୁଦ୍ରରେ ଥିବା ଜଣାଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି, ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ। ବିଚଳିତ ହୁଅନ୍ତୁ ନାହିଁ। ସଫଳତାର ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା। ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ। ୨୦୦ ଗର୍ଭବତୀ ସ୍ଥାନାନ୍ତର ହେଲେଣି, ବାକି ବି ହେବେ। ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଗଲାଣି। କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ। ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ। ୨୪/୭ ହେଲ୍ପଲାଇନ ନମ୍ଵର ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି। ନିଜ ଜିନିଷ ସୁରକ୍ଷା ରଖିବାକୁ ଲୋକ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସନ୍ତୁ। ସମ୍ପ୍ରତି ଦାୟିତ୍ୱ ଓଡ଼ିଶା ପୁଲିସ ନେବେ, ଏବେ ବର୍ଷା ହେଲାଣି। ବାତ୍ୟା ସମୟରେ ୬୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ। ୮ ଜିଲ୍ଲାରେ ୨୦୦ ରିଲିଫ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟ ସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି ୮ ଜିଲ୍ଲାରେ ୨୮ ରୁ ୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପିଙ୍ଗ କରିବାକୁ କୁହାଯାଇଛି। ଯେପରି ଘରକୁ ପାଣି ନ ପଶେ। ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହାଜୁଦ ଅଛି। ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି।

ସମୀକ୍ଷା ବୈଠକ ପରେ ଆୟୋଜିତ ପ୍ରେସମିଟ୍‌ରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାର ପୁରା ପ୍ରସ୍ତୁତ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ବାତ୍ୟା ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଯିବ । ଛତିଶଗଡ଼ରେ ବର୍ଷା ହେଲେ ମହାନଦୀକୁ ପାଣି ଆସିବ । ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ସମ୍ଭାଳିବାକୁ ଜଳଭଣ୍ଡାର ଖୋଲୁଛୁ । ତେଣୁ ବାତ୍ୟା ପାଇଁ କୌଣସି ବି ଲୋକେ ଭୟଭୀତ ହୁଅନ୍ତିନି । ଆବଶ୍ୟକ ନପଡିଲେ କୌଣସି ଲୋକ ବର୍ଷା ସମୟରେ ଘରୁ ବାହାରନ୍ତୁନି । ସ୍ଥିତିକୁ ଦେଖି କଣ୍ଟ୍ରୋଲ ଖୋଲାଯାଇଛି । ହେଲପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । କିଛି ବି ଅସୁବିଧା ହେଲେ ଫୋନ୍‌ କରନ୍ତୁ । ଏଭଳି ସ୍ଥିତିରେ ଗର୍ଭବତୀଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାନାନ୍ତର କରାଯାଉଛି । ​​​​​​​