ବଢ଼ିଲା ତାପମାତ୍ରା

ସାରା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର ସମସ୍ତ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ପୁରୀରେ ରାତିର ତାପମାତ୍ରା ୨୨.୪ ଡିଗ୍ରି ପହଞ୍ଚିଥିବା ବେଳେ ପରାଦୀପରେ ୨୦.୬, ଭଦ୍ରକରେ ୨୦, ଯାଜପୁରରେ ୧୯.୮, ଗୋପାଳପୁରରେ ୧୯.୭, ଭୁବନେଶ୍ବରରେ ୧୯.୨, ଢେଙ୍କାନାଳରେ ୧୯.୧, କଟକରେ ୧୯, ବାଲେଶ୍ବରରେ ୧୮.୯, ଚାନ୍ଦବାଲିରେ ୧୮.୬ ଡିଗ୍ରି ରହିଥିଲା। ଭବାନୀପାଟଣା, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର ପ୍ରଭୃତି ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ଥିଲା। କଟକ, ଚାନ୍ଦବାଲି ଓ ବାଲେଶ୍ବରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା।